ଗୁଣିଆ ସନ୍ଦେହରେ ସମ୍ପର୍କୀୟ ଭାଇକୁ ବନ୍ଦୀ ରଖି ୩ ମାସ କାଳ ଦେଲେ ନିର୍ଯ୍ୟାତନା । ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ।

94

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଆଜି ବି କବଳିତ ମଣିଷ । ଯେଉଥିପାଇଁ ବିନା ଦୋଷରେ ଜଣେ ନିରୀହ ମଣିଷକୁ ଦୀର୍ଘ ୩ ମାସ ଧରି ଏକ ବନ୍ଦ କୋଠରିରେ ରଖି ଦିଆଚାଲିଥିଲା ଯମଦଣ୍ଡ । ମୟୂରଭଞ୍ଜ ଜିଲ୍ଲା ସାନସରାଷପୋଷି ଗାଁରୁ ଆସିଥିବା ଏହି ନିର୍ଯ୍ୟାତନାର କାହାଣୀ ଯିଏ ବି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ ।

ଦୀର୍ଘ ୩ ମାସ ଧରି ଗୋଟିଏ କୋଠରିରେ ଶ୍ୟାମ ସୁନ୍ଦର ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଦ ରଖି ଦିଆଯାଉଥିଲା ନିର୍ଯ୍ୟାତନା । ଆଉ ଏହି ଜାତନା ପଛରେ ରହିଥିଲା ଅନ୍ଧ ବିଶ୍ୱାସ । ପୂରା ଘଟଣା ହେଉଛି,ଶ୍ୟାମସୁନ୍ଦରଙ୍କ ପରିବାର ଲୋକ ତାଙ୍କ ସ୍ତ୍ରୀଙ୍କଠୁ ପୁଅ ଆଶା କରିଥିଲେ । ହେଲେ ତାଙ୍କର ଝିଅଟିଏ ଜନ୍ମ ହୋଇଥିଲା । ଏହାପରେ ତାଙ୍କର ପରିବାର ଲୋକ ଏଥିପାଇଁ ଶ୍ୟାମ ସୁନ୍ଦରଙ୍କୁ ଦାୟୀ କରିବା ସହିତ ସେ ଗୁଣିଗାରେଡି କରି ଏମିତି କରିଦେଇଛନ୍ତି ବୋଲି ସେମାନେ କହିଥିଲେ । ଆଉ ତା ପରେ ପଶ୍ଚିମବଙ୍ଗରୁ ଗୁଣିଆ ଆଣି ଶ୍ୟାମ ସୁନ୍ଦରଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ।

ମୟୂରଭଞ୍ଜ ଜିଲ୍ଲା ସାନସରାଷପୋଷି ଗାଁର ଶ୍ୟାମ ସୁନ୍ଦରଙ୍କ ୩ ଭଉଣୀ ଓ ୩ ଭାଇ ଅଛନ୍ତି । ରୋଜଗାର ପାଇଁ ନିଜ ଭାଇମାନେ ବାହାରେ ରହୁଥିବା ବେଳେ ଜ୍ଞାତିକୁଟୁମ୍ବଙ୍କୁ ନେଇ ଗାଁରେ ରହୁନ୍ତି ଶ୍ୟାମ ସୁନ୍ଦର । ହେଲେ ଯାହାଙ୍କୁ ସେ ଭରସା କରି ଗାଁରେ ରହୁଥିଲେ ସେମାନେ ହିଁ ତାଙ୍କୁ ନିର୍ଯାତନା ଦେଲେ । ଆଉ ସ୍ୱାମୀଙ୍କ ଏହି ଅବସ୍ଥା ଦେଖି ସହି ନପାରି ତାଙ୍କ ସ୍ତ୍ରୀ ବି ଆତ୍ମହତ୍ୟା କରି ଦେଇଛନ୍ତି । ଗତ ୨୩ ତାରିଖରେ ଏନେଇ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଚାନ୍ଦୁଆ ପୁଲିସ ଏହାର ଯାଂଚ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।