ଅନ୍ଧ ନଗରୀ ! ଏଠାରେ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ଏବଂ ପଶୁ ଠାରୁ ଆରମ୍ଭ କରି ପକ୍ଷୀ ଯାଏ ସମସ୍ତେ ଅନ୍ଧ, ଜାଣନ୍ତୁ କଣ ରହିଛି ରହସ୍ୟ ।

71

ଏପରି ଏକ ଗାଁ ଯେଉଁଠାରେ ମହିଳା ଠାରୁ ଆରମ୍ଭ କରି ପୁରୁଷ ଯାଏ ଏବଂ ପଶୁ ଠାରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ଏଠାରେ ସମସ୍ତେ ଅନ୍ଧ । ଏହି ଗାଁରେ ପକ୍ଷୀ ଉଡି ପାରନ୍ତି ନାହିଁ କି ପଶୁ ଶିକାର କରିପାରନ୍ତି ନାହିଁ । କେବଳ ସେତିକି ନୁହେଁ ଏଠାରେ ମଣିଷଙ୍କର ଆଖି ଥାଇ ମଧ୍ୟ ଏଠାରେ କେହି ଦେଖି ପାରନ୍ତି ନାହିଁ । ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ବାସ୍ତବରେ ଏପରି ଏକ ଗାଁ ଅଛି ।

ଟିଲ୍ଟେପକ ନାମକ ଏହି ଗାଁରେ ଜୋପୋଟେକ ଜନଜାତୀର ଲୋକ ବାସ କରନ୍ତି । ଏଠାରେ ପ୍ରାୟ ୩ ଶହରୁ ଉଦ୍ଧ ରେଡ୍ ଇଣ୍ଡିଆନ ବାସ କରନ୍ତି । ଏଠାରେ ପ୍ରାୟ ୭୦ଟି ଘର ରହିଛି ଯେଉଁଥିରେ ଝରକା ରଖାଯାଇ ନାହିଁ । କାରଣ ଏଠାକାର ଲୋକମାନେ ଦୃଷ୍ଟିହିନ ହୋଇଥିବାରୁ ସେମାନଙ୍କୁ ଆଲୋକ ଦରକାର ପଡିନଥାଏ । ଦୃଷ୍ଟିଶକ୍ତି ନଥିବା କାରଣରୁ ଏଠାକାର ଲୋକମାନେ ପଥର ଉପରେ ଶୋଇବା ସହ ଖାଦ୍ୟରେ ଫଳ ମୂଳ ଖାଇ ବଞ୍ଚିଥାନ୍ତି । ଏହି ଲୋକମାନେ ନାଚ ଗୀତ କରି ମନୋରଞ୍ଜନ ମଧ୍ୟ କରିଥାନ୍ତି । ତେବେ ପ୍ରଶ୍ନ ଉଠୁଛି ଏହି ଗାଁର ଲୋକମାନେ ଅନ୍ଧ କିପରି ହୋଇଯାଆନ୍ତି ?

ସୂଚନା ମୁତାବକ, ଏହି ଗାଁରେ ପିଲା ଜନ୍ମ ହେବା ସମୟରେ ସାଧାରଣ ପିଲାଙ୍କ ଭଳି ଦେଖି ପାରେ କିନ୍ତୁ କିଛି ଦିନ ବିତିବା ପରେ ପିଲାମାନେ ଧିରେ ଧିରେ ଅନ୍ଧ ହୋଇଯାଇଥାନ୍ତି । ତବେ ଗାଁ ଲୋକଙ୍କ କହିବା ଅନୁସାରେ ଗାଁରେ ଲାବଜୁଏଜା ନାମକ ଏକ ଗଛ ରହିଛି ଯାହାକୁ ଦେଖିବା ପରେ ଭଲ ଲୋକ ମଧ୍ୟ ଅନ୍ଧ ହୋଇଯାଇଥାନ୍ତି । ଏ କଥା ଶୁଣିବା ପରେ ବୈଜ୍ଞାନିକମାନେ ମଧ୍ୟ ଏହି ଗାଁ ଆଡକୁ ଆକର୍ଷିତ ହୋଇଥିଲେ ଏବଂ ଏହାର ଯାଞ୍ଚ ମଧ୍ୟ କରିଥିଲେ ।

ବୈଜ୍ଞାନିକଙ୍କ ଏକ ଅନୁଧ୍ୟାନରୁ ଜଣାପଡିଛି କି, ଏପରି କୌଣସି ଗଛ ନାହିଁ ଯାହାକୁ ଦେଖିଲେ ମଣିଷ ଏବଂ ପଶୁ ପକ୍ଷୀ ଅନ୍ଧ ହୋଇଯିବେ । ଏହା ଗାଁ ଲୋକଙ୍କର ଏକ ଅନ୍ଧ ବିଶ୍ୱାସ । ପ୍ରକୃତ କଥା ହେଉଛି ଏହି ସ୍ଥାନରେ ଏକ ବିଶାକ୍ତ ମାଛି ଅଛି । ଏହି ମାଛି ଲୋକ ଏବଂ ପଶୁ ପକ୍ଷୀଙ୍କୁ କାମୁଡିବା ଦ୍ୱାରା ମଣିଷ ଏବଂ ପଶୁ ପକ୍ଷୀ ଅନ୍ଧ ହୋଇଯାଉଛନ୍ତି । ବିଶାକ୍ତ ମାଛି କାମୁଡିବା ଦ୍ୱାରା ବିଶାକ୍ତ ଜୀବାଣୁ ରକ୍ତରେ ମିଶିଥାଏ ଏବଂ ଧିରେ ଧିରେ ସେହି ଜୀବାଣୁ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ଶରୀରର ଶିରା ପ୍ରଶିରା ଫୁଲିବାକୁ ଲାଗିଥାଏ ଏବଂ କିଛି ଦିନ ମଧ୍ୟରେ ଲୋକ ତାର ଦୃଷ୍ଟିଶକ୍ତି ହରାଇବସିଥାଏ ।