ଭଲ ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ । ଗୋପାଳପୁରରେ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ୍ ।

Advertisment
ଭଲ ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ । ଗୋପାଳପୁରରେ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ୍ ।

କନକ ବ୍ୟୁରୋ : ଗୋପାଳପୁରରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ । ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିବା ସହିତ ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦଙ୍କୁ କରନ୍ତୁ ନାହିଁ ବୋଲି ନବୀନ କହିଛନ୍ତି । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ ଗୋପାଳପୁର ଜନସଭାରେ ଅଭିଭାଷଣ ରଖି କହିଛନ୍ତି । ଗୋପାଳପୁରରେ ସମବେତ ଜନତାଙ୍କୁ ପ୍ରଶ୍ନ କରି ନବୀନ କହିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି । ଶେଷରେ ବିଜେଡି ସୁପ୍ରିମୋ ଲୋକଙ୍କ ଆର୍ଶୀବାଦ ଭିକ୍ଷା କରିବା ସହିତ ନିର୍ବାଚନରେ ଶଙ୍ଖ ଚିହ୍ନକୁ ଆର୍ଶୀବାଦ ଭିକ୍ଷା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe