କନକ ବ୍ୟୁରୋ : ଦୁଇ ଦେଶ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଏକ ଛାତି ଧରା ଦୃଶ୍ୟ ସାମ୍ନାକୁ ଆସିଛି । ୟୁକ୍ରେନର ଖାରକିଭରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ସିସିଟିଭିରେ କଏଦ ହୋଇଛି ଏହି ସିସିଟିଭି ଭିଡିଓ । ଏହି ଭିଡିଓ ଦେଖିଲେ ଜଣାପଡ଼ୁଛି ଯେ କେତେ ଭୟଙ୍କର ହୋଇଛି ବିସ୍ଫୋରଣ । ୟୁକ୍ରେନର ଏକ ସରକାରୀ କୋଠା ସଂପୂର୍ଣ୍ଣ ଉଡିଯାଇଛି ।

Advertisment

ୟୁକ୍ରେନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ଭିଡ଼ିଓ ଜାରି କରାଯାଇଛି । କିଭ୍ ଓ ଖାରକିଭରେ ଏବେ ସଂଘର୍ଷ ଜାରି ରହିଛି । ବିଶେଷ କରି ରାଜଧାନୀ କିଭକୁ ଟାର୍ଗେଟ୍ କରୁଛନ୍ତି ଋଷିଆ ସେନା । ଗୋଟିଏ ପରେ ଗୋଟିଏ ସ୍ଥାନରେ ଋଷ ସେନା ପକ୍ଷରୁ ଆକ୍ରମଣ କରାଯାଉଛି । ଏପରି ସ୍ଥିତିରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରାଳୟ ଜାରି କରାଯାଇଛି ଏପରି ଏକ ଭୟଙ୍କର ବିସ୍ଫୋରଣର ଭିଡ଼ିଓ ।