କନକ ବ୍ୟୁରୋ : ପଞ୍ଜାବର ଭଟିଣ୍ଡା ଜିଲ୍ଲାରେ ୭ ଜୁନରେ ବୋମା ବିସ୍ଫୋରଣ ହୋଇପାରେ । ଏନେଇ ୬ଟି ଚିଠି ସାମ୍ନାକୁ ଆସିଛି । ଏହି ଚିଠି ମିଳିବା ପରେ ଆକ୍ସନ ମୋଡକୁ ଆସିଛି ପଞ୍ଜାବ ପୋଲିସ । ଜିଲ୍ଲାର ବିଭିନ୍ନ ଥାନାରେ ହାଇଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ପ୍ରତିଟି ଗାଡିର ଚେକିଂ ଜୋରଦାର ଚାଲିଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ ନଜର ରଖାଯାଇଛି ।
ଏହି ୬ଟି ଚିଠି ବିଭିନ୍ନ ରାଜନୈତିକ ନେତା, ଅଫିସର ଓ ବ୍ୟବସାୟୀଙ୍କୁ ପଠାଯାଇଛି । ଯେଉଁଥିରେ ଗୋଟିଏ ଅସଲି କପି ଥିବା ବେଳେ ବାକି ସବୁ ଜେରକ୍ସ କପି ରହିଥିଲା । ପୋଷ୍ଟମ୍ୟାନଙ୍କ ଜରିଆରେ ଏହି ୬ଟି ଚିଠି ଘରକୁ ପଠାଯାଇଥିଲା । ଏହି ଚିଠିରେ ବିସ୍ଫୋରଣ ହେବାକୁ ଥିବା ସ୍ଥାନ ଉଲ୍ଲେଖ ରହିଛି । ଚିଠିରେ ଜୁନ୍ ୭ରେ ୧୦ଟି ସ୍ଥାନରେ ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି । ଆଉ ଏଥିପାଇଁ ସବୁ ସାମଗ୍ରୀ ପହଞ୍ଚି ସାରିଥିବା ଚିଠିରେ ଲେଖା ଯାଇଛି । ଭଟିଣ୍ଡାକୁ ଏବେ କେବଳ ଭଗବାନ ହିଁ ବଞ୍ଚାଇପାରିବେ । ଯଦି କେହି ଅଟକାଇ ପାରିବେ ତ ଅଟକାଇ ଦେଖନ୍ତୁ । ଆମେ ପଞ୍ଚାବରେ ହିନ୍ଦୁ ଓ ମୁସଲିମଙ୍କୁ ରହିବାକୁ ଦେବୁ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଏସବୁ ଭିତରେ ଏସଏସପି ଗୁରନୀତ ଖୁରାନା ଜନସାଧାରଣଙ୍କୁ ଅପିଲ୍ କରିବା ସହ କହିଛନ୍ତି, ଜିଲ୍ଲାରେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବସ୍ତୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚିତ କରନ୍ତୁ ।
Follow Us