ବାଣ ଭିଡିଲା ବେଳେ ବିସ୍ଫୋରଣ: ଜଣେ ଶିଶୁ ସମେତ ୩ ଗୁରୁତର 

Advertisment
ବାଣ ଭିଡିଲା ବେଳେ ବିସ୍ଫୋରଣ: ଜଣେ ଶିଶୁ ସମେତ ୩ ଗୁରୁତର 

କନକ ବ୍ୟୁରୋ: କଟକ ଆଠଗଡ ତିଗିରିଆ ଅଂଚଳରେ ଅଘଟଣ ଘଟିଛି । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି ।  ତିଗିରିଆ ବାଣେଶ୍ୱର ପଡା ଗାଁର ଧିର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ତାଙ୍କ ଶରୀରର ୭୦ଭାଗ ପୋଡିଯାଇଥିବା ବେଳେ ଏକ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଧିର ସ୍ୱାଇଁଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe