କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ପୋରଣ, ଅନେକ ନାଗରିକ ମୃତ

193

କନକ ବ୍ୟୁରୋ : କିଛିଦିନର ନୀରବତା ପରେ ପୁଣି କାବୁଲରେ ଭୟଙ୍କର ବିସ୍ଫୋରଣ ହୋଇଛି । କାବୁଲର ଏକ ମସଜିଦରେ ଏଭଳି ବିସ୍ଫୋରଣ ହେବା ଫଳରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସଜିଦ ପ୍ରବେଶ ଦ୍ୱାରରେ ବୋମା ବିସ୍ଫୋରଣ ହୋଇଥିବା ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି ।

 

ସେପଟେ ଗତକାଲି ଜଲାଲାବାଦ ସହରରେ କିଛି ବନ୍ଧୁକଧାରୀ ଦୁଇଜଣ ତାଲିବାନୀ ଯୋଦ୍ଧା ଓ ଦୁଇଜଣ ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିଲେ । ଆଜି ଘଟିଥିବା ବିସ୍ଫୋରଣକୁ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି । ତାଲିବାନର ପ୍ରତିଦ୍ୱନ୍ଦୀ ଗୋଷ୍ଠୀ ଇସଲାମିକ ଷ୍ଟେଟ (ଆଇଏସ) ର ଲୋକମାନେ ନଙ୍ଗରହାର ଠାରେ ରହିଛନ୍ତି । ଏହାପୂର୍ବରୁ ତାଲିବାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣ ପାଇଁ ନିଜକୁ ବି ଆଇଏସ ଦାୟୀ କରିଛି । ନଙ୍ଗରହାର କୃଷି  ବିଭାଗର ପୂର୍ବ ପ୍ରବକ୍ତା କହିଛନ୍ତି କି ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା କିଛି ସାଧାରଣ ନାଗରିକଙ୍କ ପରିଚୟ ମିିଳିଛି ।