କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ମଙ୍ଗଳବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଏହି ବିସ୍ଫୋରଣ ଘଟିଛି । ଦିଲ୍ଲୀ ପୁଲିସର ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ପହଞ୍ଚି ଛାନବିନ କରିଛି ।
ତେବେ ବିସ୍ଫୋରଣରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ । କେହି ଜଣେ ଅଜଣା ବ୍ୟକ୍ତି ଅଗ୍ନିଶବ ବିଭାଗକୁ ଫୋନ୍ କରି ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲା । ଫୋନ୍ କରିଥିବା ବ୍ୟକ୍ତି ଦୂତାବାସ ନିକଟରେ ଥିବା ଏକ ଖାଲି ଜାଗାରେ ବିସ୍ଫୋରଣ ଘଟିଥିବା ସୂଚନା ଦେଇଥିଲା । ତୁରନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କୌଣସି ସିନ୍ଦିଗ୍ଧ ଗତିବିଧି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଘରୋଇ ସୁରକ୍ଷାକର୍ମୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।