କନକ ବ୍ୟୁରୋ: କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ ଭୟାନକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଫଳରେ ଖାଦାନରେ କାମ କରୁଥିବା ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଏହାସହ ଅନେକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ ହିରେନାଗାଭାଲି ପଥର ଖାଦାନରେ ପଥର ଫଟାଇବା ପାଇଁ ବ୍ୟବହୃତ ଜିଲେଟିନ୍ ଷ୍ଟିକ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନିଆଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଅନ୍ୟପଟେ ଖଣିରେ ବେଆଇନ ଭାବେ ଜିଲେଟିନ୍ ବ୍ୟବହାର କରାଯାଉଥିବା ନେଇ ପୋଲିସ ସୂଚନା ଦେଇଛି ।
ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିରୂପା ଗଭୀର ଦୁଖ ପ୍ରକାଶ କରିବା ସହ ଟ୍ୱିଟ୍ ଯୋଗେ ମୃତଙ୍କର ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହଭଳି ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
The death of 6 people near Hirenagavalli village, Chikkaballapur, due to a gelatin blast is shocking. District incharge minister and senior officials instructed to conduct a thorough probe and take stern action against the culprits: Karnataka CM BS Yediyurappa pic.twitter.com/l28g8jIDYD
— ANI (@ANI) February 23, 2021
ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକ କିମ୍ବା ଗୁରୁତର ମାନଙ୍କୁ ସହାୟତା ରାଶି ଘୋଷଣା କରାଯାଇ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ୟେଦୁରୂପା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
"Pained by the loss of lives due to a mishap at Chikkaballapur in Karnataka. Condolences to the bereaved families. Praying that the injured recover quickly," tweets PM Modi on the loss of 6 lives in quarry blast in Chikkaballapur pic.twitter.com/QYGWM8hlcS
— ANI (@ANI) February 23, 2021