ବ୍ୟାଗରେ ହେଲା ବିସ୍ପୋରଣ ! ୨ ଛାତ୍ର ଆହତ

Advertisment
ବ୍ୟାଗରେ ହେଲା ବିସ୍ପୋରଣ ! ୨ ଛାତ୍ର ଆହତ

image courtesy- preschool.com

କନକ ବ୍ୟୁରୋ : ଟ୍ୟୁସନ ଚାଲୁଥିବା ବେଳେ ଛାତ୍ରଙ୍କ ବ୍ୟାଗରେ ବିସ୍ଫୋରଣ । ଛାତ୍ରଙ୍କ ବ୍ୟାଗରେ ଥିବା ବ୍ୟାଟେରୀ ବିସ୍ଫୋରଣରେ ଦୁଇ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ନୟାଗଡରେ ଦେଖିବାକୁ ମିଳିଛି । ଆହତ ଛାତ୍ରଙ୍କୁ ପ୍ରଥମେ ଖଣ୍ଡପଡା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ପରବର୍ତୀ ସମୟରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଘଟଣ ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା କାଚେରୀ ସାହି ନିକଟ ବାସୁଦେବପୁର ପ୍ରାଥମିକ ସ୍କୁଲ ବାରଣ୍ଡାରେ ଚାଲୁଥିବା ଟ୍ୟୁଟୋରିଆଲରେ । ଅଷ୍ଟମ ଶ୍ରେଣୀର ଛାତ୍ର ସୂର୍ଯ୍ୟକାନ୍ତ ଜେନାଙ୍କ ବ୍ୟାଗରେ ଆଣିଥିବା ଲାଇଟ୍ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା । ଏଥିରେ ସୂର୍ଯ୍ୟକାନ୍ତଙ୍କ ସମେତ ତାଙ୍କର ସହଯୋଗୀ ରଂଜନ ଦାସ ଆହତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe