ବାଙ୍ଗାଲୋର ରାମେଶ୍ୱରମ କାଫେରେ ବିସ୍ଫୋରଣ । ୫ ଜଣ ଲୋକ ଗୁରୁତର ଆହତ, ବିସ୍ଫୋରଣ ପଛର କାରଣ ଅସ୍ପଷ୍ଟ ।

ବାଙ୍ଗାଲୋର ରାମେଶ୍ୱରମ କାଫେରେ ବିସ୍ଫୋରଣ । ୫ ଜଣ ଲୋକ ଗୁରୁତର ଆହତ, ବିସ୍ଫୋରଣ ପଛର କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ : କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ବିସ୍ଫୋରଣ । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବାଙ୍ଗାଲୋରସ୍ଥିତ ରାମେଶ୍ୱରମ କାଫେରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ବାଙ୍ଗାଲୋରର ରାମେଶ୍ୱରମ କାଫେରେ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ଏହି ବିସ୍ଫୋରଣ ହୋଇଛି । ତେବେ ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ପୂରା ଅଞ୍ଚଳକୁ ସିଲ୍ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଥିବା ବେଳେ ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । v

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe