କନକ ବ୍ୟୁରୋ : କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ବିସ୍ଫୋରଣ । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବାଙ୍ଗାଲୋରସ୍ଥିତ ରାମେଶ୍ୱରମ କାଫେରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ ।
ମିଳିଥିବା ସୂଚନା ମୁତାବକ, ବାଙ୍ଗାଲୋରର ରାମେଶ୍ୱରମ କାଫେରେ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ଏହି ବିସ୍ଫୋରଣ ହୋଇଛି । ତେବେ ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ପୂରା ଅଞ୍ଚଳକୁ ସିଲ୍ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଥିବା ବେଳେ ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । v
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/rameswaram-cafe.jpg)