ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ,ଏସଆଇ ନିଲମ୍ବିତ

ମାଲଖାନା ଦାୟିତ୍ୱରେ ଥିଲେ ତଅପୋଇ ନାୟକ, ସୂଚନା ଅନୁସାରେ ମାଲଖାନରେ ବିସ୍ଫୋରଣ ହୋଇଥିଲା ଡିନାମାଇଟ ବିସ୍ଫୋରକ 

295

କନକ ବ୍ୟୁରୋ : ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକ ସସପେଣ୍ଡ ହୋଇଛନ୍ତି । ସୋମବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା । ଥାନାର ଛାତ ଉଡିବା ସହ କାନ୍ଥ ଭୁଷୁଡି ପଡିଛି । ଆଇଆଇସିଙ୍କ ଦପ୍ତର , ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ଏକପ୍ରକାର ନଷ୍ଟ ହୋଇଯାଇଛି । ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଟିଂଫିକ୍ ଟିମ୍ । ରାତି ଅଧରେ ବଳଙ୍ଗା ଥାନା ଭିତରେ ଅଚାନକ ଏମିତି ବିସ୍ଫୋରଣ ଘଟିବା ପରେ ସମଗ୍ର ଅଂଚଳ ଥରି ଉଠିଥିଲା ।

ପିପିଲିର ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,  ଥାନାରେ ଥିଲା ଡିନାମାଇଟ । ଜବତ ଡିନାମାଇଟକୁ  ବଳଙ୍ଗା ଥାନାର ମାଲଖାନାରେ ରଖାଯାଇଥିଲା । ଆଉ ଏହି ଡିନାମାଇଟ ବିସ୍ଫୋରଣରେ ଥାନା ଉଡିଯାଇଥିବା ଅନୁମାନ କରାଯାଉଛି ।  ସଧାରଣତଃ, ପାହାଡ ଫଟାଇବା ପାଇଁ  ଶକ୍ତିଶାଳୀ ଡିନାମାଇଟ ବ୍ୟବହାର ହୋଇଥାଏ ।  ସୋମବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା ।

ଥାନାର ଛାତ ଉଡିବା ସହ କାନ୍ଥ ଭୁଷୁଡି ପଡିଛି । ଆଇଆଇସିଙ୍କ ଦପ୍ତର , ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ଏକପ୍ରକାର ନଷ୍ଟ ହୋଇଯାଇଛି । ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଟିଂଫିକ୍ ଟିମ୍  । ରାତି ଅଧରେ ବଳଙ୍ଗା ଥାନା ଭିତରେ ଅଚାନକ ଏମିତି ବିସ୍ଫୋରଣ ଘଟିବା ପରେ ସମଗ୍ର ଅଂଚଳ ଥରି ଉଠିଥିଲା ।