କନକ ବ୍ୟୁରୋ : ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ୧୧ଗୁରୁତର । କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା କେଜେଏସ ଆଲୁୱାଲିଆ ସ୍ପଞ୍ଜ ପ୍ଲାଂଟରେ ଦୁର୍ଘଟଣା । ଗୁରୁତରଙ୍କୁ ଯୋଡାସ୍ଥିତ ଟିସ୍କୋ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳ ପହଂଚ ତଦନ୍ତ ଆରମ୍ଭ କରିଛି । ହସ୍ପିଟାଲ ପରିସରେ ବହୁ ଲୋକଙ୍କ ର ସମାଗମ ହୋଇଛି । ପରିବାର ଓ ସମ୍ପର୍କୀୟମାନେ ହସ୍ପିଟାଲରେ ପହଂଚିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବ୍ଲାଷ୍ଟ ଫର୍ଣ୍ଣେସ ଫାଟିବାର କାରଣ ସ୍ପଷ୍ଟ ହୋଇନାହିଁ । ଆଜି ସକାଳୁ ସକାଳୁ କର୍ମଚାରୀମାନେ କାମ କରିବା ପାଇଁ କାରଖାନାକୁ ଯାଇଥିଲେ । କିଛି ସମୟ ପରେ ବ୍ଲାଷ୍ଟ ଫର୍ଣ୍ଣେସ ପାଂଟିଯାଇଥିଲା ।