ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ: ୩୨ ମୃତ, ୪୦ରୁ ଅଧିକ ଆହତ

920

କନକ ବ୍ୟୁରୋ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ବି ସେଠାରେ ହିଂସା କମୁନି । ଏବେ ବି ବିସ୍ଫୋରଣ ଜାରି ରହିଛି । ଆଜି ଆଫଗାନିସ୍ତାନର କାନ୍ଧାହାରରେ ଥିବା ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଆଫଗାନିସ୍ତାନର ଏକ ମସଜିଦରେ ନମାଜ ପାଇଁ ଅନେକ ଲୋକ ଏକତ୍ରିତ ହୋଇଥିଲେ । ହେଲେ ସେଠାରେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣ କିଏ କେମିତି କଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ତାଲିବାନ ଆଫଗାନିସ୍ତାନ ଦଖଲ ପରେ ଅନେକ ବିସ୍ଫୋରଣ ଘଟିଥିଲା । ଆଉ ଲୋକ ଦେଶ ଛାଡି ଯିବାର ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଏହାରି ମଧ୍ୟରେ ତାଲିବାନ ସରକାର ଗଠନ ହୋଇଥିଲା । ହେଲେ ଏହାପରେ ବି ବିସ୍ଫୋରଣ ଘଟଣା ଜାରି ରହିଛି ।