କନକ ବ୍ୟୁରୋ: ପଂଚାୟତ ଭୋଟ ଆଗରୁ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ କଠଉମାଲରେ ପୁଲିସ–ଜନତା ମୁହାଁମୁହିଁ ହୋଇଛନ୍ତି । ପାଟ୍ରୋଲିଂକୁ ନେଇ ଏହି ବିବାଦ ହୋଇଥିବା ଜଣାପଡିଛି । ପୁଲିସ ଗାଡି ଉପରେ ଟେବୁଲ ଡ୍ୟାକ୍ସ ଫୋପାଡି ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ଉତ୍ୟକ୍ତ ଲୋକେ । ପୁଲିସ-ଜନତା ଖଣ୍ଡଯୁଦ୍ଧରେ ଗାଈସିଲଟ ଥାନା ଅଧିକାରୀଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସେପଟେ ଗାଇସିଲଟ ଥାନା ଅଂଚଳ ଫିରିଙ୍ଗିମାଲ ମତଦାନ କେନ୍ଦ୍ର ଆଗରେ ଜଣେ ଯୁବକଙ୍କୁ ପୁଲିସ ନିସ୍ତୁକ ମାଡ ମାରୁଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ପାରାଦୀପଗଡ ପଂଚାୟତରେ ନିର୍ବାଚନ ପୂର୍ବରୁ ହିଂସା । ଚକ୍ରଧରପୁର ଗାଁରେ ରାଲି ପାଇଁ ଶତାଧିକ ବିଜେଡି କର୍ମୀ ଏକାଠି ହୋଇଥିଲେ । ଏହିସମୟରେ ପାରାଦୀପଗଡର଼ ପୂର୍ବତନ ସରପଂଚ ମିହିର ସାହୁଙ୍କୁ, ଦୁଇ ଯୁବକ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭୁଜାଲି ମାଡରେ ମିହିରଙ୍କ ହାତରେ କ୍ଷତ ସୃଷ୍ଟି ହୋଇଛି । ଏହାକୁ ନେଇ ଅଂଚଳରେ ଉତେଜନା ଦେଖାଦେଇଛି । ଅଭିଯୁକ୍ତମାନେ ଫେରାର ଥିବା ବେଳେ ଭୁଜାଲି ଜବତ କରିଛି ପୋଲିସ । ସେପଟେ ଆକ୍ରମଣ ପଛରେ ବିଜେପିର ହାତ ଥିବା ଅଭିଯୋଗ ହୋଇଛି ।
ଜଗତସିଂହପୁର ପଲ୍ଲୀ ପଂଚାୟତ ହାବେଳୀ ଗାଁ ନାଥସାହି ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ କହିବା କଥା, ଗୁରୁବାର ରାତିରେ ଗାଁକୁ ଆସି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିବା ସହ ଟଙ୍କା ବାଂଟିିଥିଲା ପୁଲିସ । ଏଥିରେ ରାଜି ନହେବାକୁ ଗାଁ ଲୋକଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ସେପଟେ ଖଇରାଙ୍ଗ ପଂଚାୟତ ପାଟେଳି ଗାଁ ନାଥସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଗଣ୍ଡଗୋଳରେ ୫ ଜଣ ଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଖବର ପାଇ ପୁଲିସ ଗାଁକୁ ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ପୁଲିସକୁ ଆକ୍ରମଣ କରିଥିଲେ, ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/22-25.jpg)