କଲିକତାରେ ଜଣେ ବରିଷ୍ଠ ଅଧିକାରୀ ଗୌରବ ଦତ୍ତ ଙ୍କ ଆତ୍ମହତ୍ୟାର ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତିରେ ଆରୋପ-ପ୍ରତ୍ୟାରୋପର ସିଲସିଲା ଜାରୀ ରହିଛି । ଏହି ମାମଲାରେ ଦତ୍ତଙ୍କ ପତ୍ନୀଙ୍କ ସହ ବିଜେପି ନେତା ମୁକୁଲ୍ ରାୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ୧୯୮୬ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଦତ୍ତ ଙ୍କ ଫେବୃୟାରୀ ୧୯ ତାରିଖରେ ନିଧନ ହୋଇଗଲା । ସୋସିଆଲ୍ ମିଡିଆରେ ଭାଇରାଲ୍ ତାଙ୍କ ସୁସାଇଡ୍ ନୋଟରେ ସେ ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କହିଛନ୍ତି । ଦତ୍ତ ମମତାଙ୍କୁ ‘କମ୍ପଲସରୀ ୱେଟିଙ୍ଗ୍’ ରେ ରଖିବାର ଏବଂ ୩୧ ଡିସେମ୍ବର ୨୦୧୮ ରେ ଅବସର ପାଇବା ପରେ ତାଙ୍କ ଅବସର ରାଶିକୁ ରୋକି ତାଙ୍କୁ ଆତ୍ମହତ୍ୟା କରିବାପାଇଁ ଉଷୁକାଇ କରିଥିଲେ ।
କମ୍ପଲସରୀ ୱେଟିଙ୍ଗ୍ ହେଉଛି ଏକ ଦଣ୍ଡାତ୍ମକ ଆଇନ୍ , ଯେଉଁଥିରେ ଅଧିକାରୀଙ୍କୁ କୌଣସି ସ୍ଥାନରେ ପୋଷ୍ଟିଙ୍ଗ୍ ଦିଆଯାଏନାହିଁ । ଗତ ମଙ୍ଗଳବାର ଫେବୃୟାରୀ ୧୯ ତାରିଖରେ ଦତ୍ତଙ୍କ ପତ୍ନୀ ଯେତେବେଳେ ସାଲ୍ଟ ଲେକ୍ ସ୍ଥିତ ନିଜ ଘରେ ପହଚିଂଥିଲେ ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦତ୍ତଙ୍କୁ ଭୁମି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଗୌରବ ଦତ୍ତ ନିଜ ହାତ କାଟି ଦେଇଥିଲେ ଯାହା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ସେ ବଚିଂପାରିନଥିଲେ । ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ କରାଯିବା ଏବଂ ଏନେଇ ସିବିଆଇ ଜାଞ୍ଚ୍ କରାଯିବା ନେଇ କହିଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗର ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କଲେ ଏବଂ ରାଜ୍ୟ ସରକାରଙ୍କୁ ନିଜ ଆତ୍ମହତ୍ୟା ପାଇଁ ଦାୟୀ କଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/688917-mamata-banerjee-2.jpg)
/kanak/media/post_attachments/wp-content/uploads/2019/02/Mamata_Banerjee-300x169.jpeg)