ସୁଡଙ୍ଗ ଭିତରେ ମାଲିକ ବାହାରେ ଜଗିଛି କୁକୁର । ଉତ୍ତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଥିଲେ ବି ସୁଡଙ୍ଗ ବାହାରେ ଜଗି ରହିଛି କୁକୁର ବ୍ଲାକି 

187

କନକ ବ୍ୟୁରୋ: ଉତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଛି । ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସୁଡଙ୍ଗ ବାହାରେ ନିଜ ମାଲିକଙ୍କୁ ଅପେକ୍ଷା କରି ରହିଛି ଏକ କୁକୁର । ଗଲା ୧୦ଦିନ ହେଲା ଉଦ୍ଧାର କାମ ଚାଲିଥିବା ଅଂଚଳରୁ ଯେତିକି ତଡିଲେ ମଧ୍ୟ ଏହି କୁକୁର ପୁଣି ଏହି ଅଂଚଳକୁ ଫେରିଆସୁଛି । ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ଯେଉଁଥିପାଇଁ ବୋଧହୁଏ ଏହି ଅଂଚଳ ଛାଡି ଯିବାକୁ ନାରାଜ ବ୍ଲାକି ।

ଉତରାଖଣ୍ଡ ଚମୋଲୀରେ ଆସିଥିବା ପ୍ରଳୟକୁ ୧୦ଦିନ ବିତିଯାଇଛି । ଏବେବି ଶତାଧିକ ନିଖୋଜ ଅଛନ୍ତି । ଏହାରି ଭିତରେ ଉଦ୍ଧାର କାମ ଚାଲିଥିବା ତପୋବନ ଟନେଲରୁ ଏପରି ଏକ ଭିଡିଓ ଆସିଛି, ଯାହା ଆପଣଙ୍କୁ ଭାବବିହ୍ୱଳ କରିପକାଇବ । ତପୋବନ ଟନେଲ ବାହାରେ ଏହି କଳା ରଙ୍ଗର କୁକୁରକୁ ଦେଖିବାକୁ ମିଳୁଛି । ବାରମ୍ବାର ତଡିବା ପରେ ବି ସେ ଏଠାକୁ ଚାଲିଆସୁଛି । ଲାଗୁଛି ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଛନ୍ତି । ଯେଉଁଥିପାଇଁ ଏହି ଅଂଚଳ ଛାଡି ଯିବାକୁ ନାରାଜ ବ୍ଲାକି । ଗତ ୧୦ଦିନ ହେଲା ଏହି କୁକୁର ସ୍ଥାନୀୟ ଅଂଚଳରେ ରହୁଥିବା ଯୋଗୁ ଉଦ୍ଧାର କାମରେ ଲାଗିଥିବା ସୁରକ୍ଷା କର୍ମୀଙ୍କ ସହ ବେଶ ଭଲ ଭାବରେ ମିଶିଯାଇଛି । ଏହାକୁ ବ୍ଲାକି ନାଁ ଦେଇଛନ୍ତି ଉଦ୍ଧାର କାମରେ ଲାଗିଥିବା କର୍ମୀ ।

ଆଇଏଫଏସ ଅଧିକାରୀ ପ୍ରବୀଣ କାସୱାନ ଏହି ଭିଡିଓକୁ ସେୟାର କରିବା ସହ ଏହି କୁକୁର ବ୍ଲାକି ତପୋବନ ଟନେଲ ବାହାରେ ନିଜ ମାଲିକକୁ ଅପେକ୍ଷା କରିରହିଥିବା କଥା ଉଲ୍ଲେଖ କରିଛନ୍ତି । ଫେବ୍ରୁଆରୀ ୭ତାରିଖ ଦିନ ଯେତେବେଳେ ବ୍ଲାକି ଏହି ସୁଡଙ୍ଗ ପାଖକୁ ଆସିଥିଲା, ସେତେବେଳେ କାହାକୁ ଆଖପାଖରେ ପାଇନଥିଲା । ଆଉ ସେବେଠୁ ସେ ଏଠାରେ ଜଗିରହିଛି । ଅଧିକାରୀଙ୍କ କହିବା ଅନୁସାରେ ସବୁବେଳେ ସେ ସକାଳୁ ସନ୍ଧ୍ୟା ଯାଏଁ ସେପରି ସୁଡଙ୍ଗ ବାହାରେ ଜଗିରହିଛୁ । ଯେତେ ତଡିଲେ ମଧ୍ୟ ସେହି ସ୍ଥାନ ଛାଡି ଯାଉନାହିଁ ।

ଉଦ୍ଧାର କାମରେ ଲାଗିଥିବା ସୁରକ୍ଷା କର୍ମୀଙ୍କ କହିବା କଥା ହେଲା ବ୍ଲାକିର ଯତ୍ନ ନେଉଥିବା ଲୋକେ ସୁଡଙ୍ଗ ଭିତରେ ଫସିଯାଇଥାଇ ପାରନ୍ତି । ଯେଉଁଥିପାଇଁ ସେହି ସ୍ଥାନ ଛାଡି ଯିବାକୁ ଅମଙ୍ଗ ବ୍ଲାକି । କଥା କହିପାରୁନଥିବା ଏହି ଜନ୍ତୁ ଟି ହୁଏତ ବୁଝିନଥିବା ତାର ମାଲିକ ଆଉ ନାହିଁ ତଥାପି ତାଙ୍କ ଅପେକ୍ଷାରେ ସକାଳୁ ସଂଜ ଯାଏଁ ଏମିତି ଜଗି ରହୁଛି ।