ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ । ଦଶପଲ୍ଲା ଅଞ୍ଚଳର ଜିତେନ୍ଦ୍ର ବେହେରାକୁ ଗିରଫ କଲା ପୋଲିସ

Advertisment
ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ । ଦଶପଲ୍ଲା ଅଞ୍ଚଳର ଜିତେନ୍ଦ୍ର ବେହେରାକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ନାବାଳିକାଙ୍କୁ ଅଶ୍ଲୀଳ ଭିଡିଓ ଓ ଫଟୋ ପଠାଉଥିବା ଅଭିଯୋଗରେ ଜଣେ ଯୁବକ ଗିରଫ । ଭବାନୀପାଟଣା ଟାଉନ୍ ଥାନା ପୋଲିସ ଦଶପଲ୍ଲା ଅଂଚଳର ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜିତେନ୍ଦ୍ର ଝିଅ ସ୍ୱରରେ କଥା ହୋଇ ନାବାଳିକାଙ୍କୁ ଟାର୍ଗେଟ କରୁଥିଲା । ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ସେୟାର କରୁଥିଲା । ଝିଅ ସ୍ୱରରେ କଥା ହେଉଥିବାରୁ ତାକୁ କେହି ଜାଣିପାରୁ ନଥିଲେ ।

ଏସପିଙ୍କ ନିର୍ଦ୍ଦେଶରେ ପୁଲିସ ଫୋନ ଟ୍ରାକ୍‌ କରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୋଇବାଡ଼ି ଗ୍ରାମରୁ ଜିତେନ୍ଦ୍ରକୁ ଗିରଫ କରିଥିଲା । ଅଭିଯୁକ୍ତ ପୂର୍ବରୁ ବି ଅନେକ ଝିଅଙ୍କୁ ଏଭଳି ମେସେଜ କରି ହଇରାଣ କରିବା ସହ ବ୍ଲାକମେଲ କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଆଇଆଇସି ସତ୍ୟକୁମାର ନନ୍ଦ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ତେବେ ଏହି ମାମଲାରୁ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe