କାଳିଆ ହେବେ ପୋଢୁଆଁ : ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ଯିବ ଅଷ୍ଟମୀ ଭାର 

ଅଷ୍ଟମୀ ତିଥିରେ ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର 

191

କନକ ବ୍ୟୁରୋ : ପୋଢୁଆଁ ହେବେ କାଳିଆ ଦିଅଁ । କୋଭିଡ କଟକଣା ଭିତରେ ନିଆଳିର ମାଧବ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀ ଭାର । ମାର୍ଗଶିର ମାସ କୂଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ଏହି ଅବସରରେ ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର , ଲାଗି ହେବ ସୂତନ୍ତ୍ରର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବ ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର ।

ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା । ଗତ ବର୍ଷ ପ୍ରଥମ କରି ମାଧବ ମନ୍ଦିର ପ୍ରଶାସନ ,ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ପରମ୍ପରାକୁ ପୁନଃ ପ୍ରଚଳନ ଉଦ୍ୟମ ଆରମ୍ଭ କରି ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଯାଇଥିଲେ । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୁରୀ ଯିବାକୁ ମାଧବାନନ୍ଦଜିଉ ବିକାଶ ପରିଷଦ ସ୍ଥିର କରିଛି । ମନ୍ଦିର ସେବାୟତ ଏବଂ ବିକାଶ ପରିଷଦର ସଦସ୍ୟ ଏହି ଭାର ସହିତ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି ।