କନକ ବ୍ୟୁରୋ: ଖରା ଦିନ ଆସିବା ସହ ତାତି ଓ ଜଳ ସମସ୍ୟା ବି ବଢିଲାଣି । କୋଉଠି ଜଳ ଯୋଗାଣ ବ୍ୟବସ୍ଥା ଖରାପ ତ କେଉଁଠି ନଳକୂପ ନାହିଁ । ତେଣୁ ବାଧ୍ୟ ହୋଇ ଲୋକଙ୍କୁ ପିଏଚଡିରେ ଆସୁଥବା ଦୂଷିତ ପାଣି ପିଇବାକୁ ପଡୁଛି । ଏଭଳି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା ରାଧାରାଣୀ ପଡାରୁ । ସହରରେ ପିଏଚଡି ବିଭାଗ ପକ୍ଷରୁ ପାଇପ ଯୋଗେ ଯୋଗାଇ ଦିଆଯାଉଛି କଳା ମିଚମିଚ୍ ପାଣି । ଯାହାକୁ ପିଇବେ କଣ ଦେଖିବାକୁ ବି ଲୋକଙ୍କ ଇଛା ହେଉନାହିଁ । ଖରା ଆରମ୍ଭରୁ ଏମିତି କଳା ଓ ଦୁର୍ଗନ୍ଧଯୁକ୍ତ ପାଣିକୁ ନେଇ ଚିନ୍ତାରେ ପଡିଛନ୍ତି ସେଠାକାର ସ୍ଥାନୀୟ ବାସିନ୍ଧା ।
ଲୋକେ ପାଣିକୁ ଅପେକ୍ଷା କରି ରହୁଥିବା ବେଳେ ଅପରିଷ୍କାର ପାଣି ଆସୁଛି । ବାରମ୍ବାର ଏଭଳି ପାଣି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ ନଜର ଦେଉନାହାନ୍ତି । ସେପଟେ ପଏଚଡି ବିଭାଗକୁ ବଦନାମ କରିବା ପାଇଁ ପଡାବାସୀ ଏଭଳି ଅଭିଯୋଗ କରୁଥିବା କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ । କିନ୍ତୁ କ୍ୟାମେରା ସାମ୍ନାରେ କହିବାକୁ ଉପରୁ ନିର୍ଦେଶ ନଥିବା କହି ଗଣମାଧ୍ୟମକୁ ଏଡାଇ ଯାଇଛନ୍ତି ସରକାରୀ ବାବୁ । ପ୍ରତିବର୍ଷ ଖରାରେ ବଲାଙ୍ଗୀର ରେକର୍ଡ କରେ । ଏ ବର୍ଷ ବି ଖରାକୁ ନେଇ ଭୟ ରହିଛି । ଆଉ ଏହାରି ଭିତରେ ଯଦି ପିଇବା ପାଣିର ସମସ୍ୟା ରୁହେ, ତେବେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/7-18.jpg)