ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ । ଏକାଠି ବୁଲୁଛନ୍ତି କଳାବାଘ ଓ ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୁଇ ବାଘଙ୍କ ଚିତ୍ର ।

Advertisment
ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ । ଏକାଠି ବୁଲୁଛନ୍ତି କଳାବାଘ ଓ ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୁଇ ବାଘଙ୍କ ଚିତ୍ର ।

କନକ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ବିରଳ ଦୃଶ୍ୟ । ପାଖାପାଖି ଦେଖିବାକୁ ମିଳିଲା ସାଧାରଣ ବାଘ ଓ କଳାବାଘ । ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି ଦୁଇ ବାଘ ଏକାଠି ରୁହନ୍ତି ନାହିଁ । ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଶିମିଳିପାଳରେ ଟ୍ରାପ କ୍ୟାମେରା ଲାଗିଛି । ଯେଉଁଥିରୁ ଏହି ଦୁଇ ବାଘ ପାଖାପାଖି ରହିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe