କନକ ବ୍ୟୁରୋ : ଓଡିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ ।୯୦ ଦଶକରେ ଏହି ପ୍ରଜାତିର ବାଘ ଓଡିଶାରେ ଦେଖାଯାଇଛି ବୋଲି କୁହାଯାଉଥିଲେ ମଧ୍ୟ ପ୍ରଥମ ଥର ପାଇଁ କ୍ୟାମେରାରେ ଧରାପଡିଲା । ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା । କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା । କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏହି ବ୍ଲାକ୍ ପାନ୍ଥର ଥିବା ଜଣାପଡ଼ିଛି ।
ସାରା ବିଶ୍ୱରେ ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଠି ବ୍ଲାକ୍ ପାନ୍ଥର ଓ ମେଲାନିଷ୍ଟିକ ଟାଇଗର ଦେଖାଯାଇଛି । ଏନେଇ ପିସିସିଏଫ ଡ଼ାଃ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ଅନ୍ୟ ବାଘଙ୍କ ଭଳି ଏହି ବାଘର ମଧ୍ୟ ସମାନ ଯତ୍ନ ନିଆଯିବ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/BLACK-TIGER.jpg)