ଶିବ ମନ୍ଦିରରେ ଅଭାବନୀୟ କାଣ୍ଡ ! ୩ ଜଣଙ୍କୁ ବଳିଦିଆଯାଇଥିବା ନେଇ ଆସିଲା ଅଭିଯୋଗ

Advertisment
ଶିବ ମନ୍ଦିରରେ ଅଭାବନୀୟ କାଣ୍ଡ ! ୩ ଜଣଙ୍କୁ ବଳିଦିଆଯାଇଥିବା ନେଇ ଆସିଲା ଅଭିଯୋଗ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ସ୍ଥିତ କୋର୍ଥିକୋଟାରେ ଏକ ଶିବ ମନ୍ଦିରରେ ୩ ଜଣଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ମନ୍ଦିର ବାହାରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମନ୍ଦିର ଭିତରେ ଶିବଲିଙ୍ଗ ଉପରେ ଏବଂ ଚାରିପଟେ ରକ୍ତ ପଡ଼ିଛି। ତେଣୁ ଏହା ବଳି କି ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି। ସମସ୍ତଙ୍କ ତଣ୍ଟି କାଟି ଦିଆଯାଇଛି।

publive-imageମନ୍ଦିରର ଦେଖାଶୁଣା କରୁଥିବା ବ୍ୟକ୍ତି ଶିବରାମି ରେଡ୍ଡି, ତାଙ୍କ ଭଉଣୀ କମଲମ୍ମା ଏବଂ ସେହି ଗ୍ରାମର ଅନ୍ୟ ଜଣେ ମହିଳା ସତ୍ୟଲକ୍ଷ୍ମୀଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ସକାଳେ ଜଣେ ଭକ୍ତ ପୂଜା ପାଇଁ ମନ୍ଦିରକୁ ଆସିଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖି ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe