କନକ ବ୍ୟୁରୋ: ଅଟୋମେସନ୍ ଓ ବାର୍ ଫେୟାର ଦୁନିଆରେ ଆମେରିକା ରଚିଛି ଆଉ ଏକ ମାଇଲଖୁଣ୍ଟ ।ଯୁଦ୍ଧରେ ସାମିଲ ହେଉଥିବା ବ୍ଲାକ୍ ହଗ୍ ହେଲିକପ୍ଟର କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଉନ୍ମୋଚିତ ହୋଇଛି । ବିନା ପାଇଲଟରେ ଏହି ହେଲିକପ୍ଟର ଉଡିଛି । ବିନା ପାଇଲଟରେ ଏହି ହେଲିକପ୍ଟର ପାଖାପାଖି ୪୦୦୦ ଫୁଟ ଉଚ୍ଚରେ ଘୁରି ବୁଲିଥିଲା । ଘଣ୍ଟାକୁ ୧୧୫ରୁ ୧୨୫ ମାଇଲ ଅତିକ୍ରମ କରିଥିଲା । ଏହା ସହ ଆମେରିକା ବିଜ୍ଞାନ ଓ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିଛି ।

Advertisment

 ପାଇଲଟ ବିହୀନ ହେଲିକପ୍ଟରର ଉଡାଣକୁ ପରୀକ୍ଷା କରିବା ପାଇଁ ଆମେରିକାର କେଣ୍ଟୁକି ସହରରେ ଏକ କାଳ୍ପନିକ ସହର ପ୍ରସ୍ତୁତ କରାଯାଇଥିଲା । ଏଥିରେ ସୁଉଚ୍ଚ ଅଟ୍ଟାଳିକା ସହ ବଡ ବଡ ଗଛ ମଧ୍ୟ ନିର୍ମାଣ କରାଯାଇଥିଲା । ଏସବୁକୁ ଅତି ସହଜରେ ପାରି କରି ଦକ୍ଷତାର ସହ ଉଡାଣ କରିଥିଲା ପାଇଲଟ୍ ବିହୀନ ବ୍ଲାକ ହଗ୍ ହେଲିକପ୍ଟର ।

 ଆମେରିକାର ପ୍ରତିରକ୍ଷା କ୍ଷେତ୍ରରେ ଏପରି ଅଭୂତପୂର୍ବ ସଫଳତାକୁ ନେଇ ଏବେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ଚିନ୍ତା ବଢିଯାଇଛି । ଏହି ହେଲିକପ୍ଟର ୩ଟି ପ୍ରମୁଖ ଉଦ୍ଦେଶ୍ୟକୁ ପୂରଣ କରିବ । ପ୍ରଥମେ ସେନା ପାଇଲଟ ମାନଙ୍କ ଜୀବନକୁ ରକ୍ଷା କରିବା ସହ ଆପାତକାଳୀନ ସ୍ଥିତିରେ ମୁତୟନ ହେବ । ଏହାସହ ଏହାଦ୍ୱାରା ସେନାର ଖର୍ଚ୍ଚ ମଧ୍ୟ କାଟ ହୋଇପାରିବ ବୋଲି ଏହାକୁ ଉନ୍ନିତ କରିଥିବା ଡିଫେନ୍ସ ରିସର୍ଚ୍ଚର ପ୍ରୋଗ୍ରାମ ମ୍ୟାନେଜର ଷଟୁଆର୍ଟ ୟଙ୍ଗ୍ କହିଛନ୍ତି ।