ଓଡିଶାରେ ବଢୁଛି ‘ବ୍ଲାକ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା : ସଂକ୍ରମିତ ହେଲେଣି ୧୨୯ ଜଣ, ୧୮ ଜଣଙ୍କ ମୃତ୍ୟୁ; ଏଯାଏଁ ସୁସ୍ଥ ହୋଇଛନ୍ତି କେବଳ ୧୨ ଜଣ

283

କନକ ବ୍ୟୁରୋ : କରୋନା ମୃତ୍ୟୁ ସହ ଓଡିଶାରେ ବଢୁଛି ‘ବ୍ଲାକ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା । ଏହାରି ଭିତରେ ୧୨୯ ଜଣ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଛନ୍ତି । ୧୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏଯାଏଁ ୧୨ ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି । ମେ ୧୦ ତାରିଖରେ ଓଡିଶାରୁ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଓ ଖୋର୍ଦ୍ଧାରୁ ୨୧ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮ ଜଣ, ଅନୁଗୁଳ ଓ କଟକରୁ ୭ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ଅଭାବ ରହିଛି । ଆଂଟି ଫଙ୍ଗାଲ ଔଷଧର ଅଭାବ ଯୋଗୁଁ ଚିକିତ୍ସା ବାଧାପ୍ରାପ୍ତ ହେଉଛି ।  ସେପଟେ, ରାଜ୍ୟରେ ଆଜି କରୋନା ମୃତ୍ୟୁର ଅଲୋଡା ରେକର୍ଡ କରିଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ୫୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୪୨୪୮କୁ ବୃଦ୍ଧି ପାଇଛି ।