ଓଡିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହେଲେ ରୋଗୀ । ଅନିୟନ୍ତ୍ରିତ ମଧୁମେହ ରୋଗରେ ମଧ୍ୟ ପୀଡିତ ।

336

କନକ ବ୍ୟୁରୋ: ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ସୂଚନା ଦିଆଯାଇଛି ।

ଅନ୍ୟପଟେ ସମ୍ପୃକ୍ତ ରୋଗୀଙ୍କ ବୟସ ୭୧ ବର୍ଷ ହୋଇଥିବାବେଳେ ସେ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡିତ ଥିଲେ । ଗତ ଏପ୍ରିଲ ୨୦ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ଘରେ ହୋମ୍ ଆଇସୋଲେସନରେ ରହିଥିଲେ । ଏହାପରେ ତାଙ୍କ ପାଖରେ ବ୍ଲାକ୍ ଫଙ୍ଗସର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାହା ବ୍ଲାକ୍ ଫଙ୍ଗସ୍ ବୋଲି ସ୍ପଷ୍ଟ ହୋଇଛି ।