୧୩ ବର୍ଷର ପିଲା ଠାରେ ଦେଖାଦେଲା ବ୍ଳାକ ଫଙ୍ଗସ ଭୂତାଣୁ । ଅହମଦାବାଦ ଠାରେ କରାଗଲା ଅପରେସନ

302

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ବ୍ଲାକ ଫଙ୍ଗସ ଭୂତାଣୁ ପୁଣି ଭାରତ ପାଇଁ ଏକ ବିପଦ ଭାବେ ଉଭୟ ହୋଇଛି । ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଅହମଦାବାଦ ଠାରେ ଏକ ୧୩ ବର୍ଷର ପିଲାଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

ସୂଚନା ମୁତାବକ ଗୁଜୁରାଟର ଅହମଦାବାଦ ଠାରେ ଜଣେ ୧୩ ବର୍ଷର ପିଲାଠାରେ ବ୍ଲାକ ଫଙ୍ଗସ ଭୂତାଣୁ ଚିହ୍ନଟ ହେବା ପରେ ଡାକ୍ତରଙ୍କ ଚିନ୍ତା ବଢିଛି । ପିଲାଟି ଠାରେ ମ୍ୟୁକରମାଇକୋସିସ୍ ଭୂତାଣୁ ଚିହ୍ନଟ ହେବା ପରେ ଆଜି ଅହମଦାବାଦର ଏପଲ ଚିଲଡ୍ରେନ ହସ୍ପିଟାଲରେ ପିଲାଟିର ଅପରେସନ କରାଯାଇଛି । ଛୋଟ ପିଲାଙ୍କ ଶରୀରରେ ବ୍ଲାକ ଫଙ୍ଗସ ଭୂତାଣୁ ଚିହ୍ନଟ ହେବା ଏହା ଦେଶର ପ୍ରଥମ ଘଟଣା ବୋଲି କୁହାଯାଇଛି ।

କହିରଖୁ କି ବ୍ଲାକ ଫଙ୍ଗସ ଦେଖାଦେଇଥିବା ପିଲାଟି ଶରୀରରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏହା ପୂର୍ବରୁ ପିଲାଟିର ମା’ ବି କରୋନା ପଜିଟିଭ୍ ଥିଲେ ।