ଅମିତ ଶାହାଙ୍କୁ କଳାପତାକା ଦେଖାଇଲେ ବୋଲି... । ଯୁବତୀଙ୍କ ଚୁଟି ଧରି ରାସ୍ତା ଉପରୁ ଘୋଷାଡି ଆଣିଲେ, ଲାଠିରେ ପିଟିଲେ ପୋଲିସ

#ଡାହା ମିଛ।  ନା ଧର୍ମେନ୍ଦ୍ର ନା ଜୁଏଲ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ...

Amit Shah (C) president of India's ruling Bharatiya Janata Party (BJP) gestures as he celebrates with party supporters after learning of the initial poll results inside the party headquarters in New Delhi, India, March 11, 2017. REUTERS/Adnan Abidi - RC16A5523130

କନକ ବ୍ୟୁରୋ : ଅମିତ ଶାହାଙ୍କୁ କଳାପତାକା ପ୍ରଦର୍ଶନ କରୁଥିବା ଯୁବତୀଙ୍କ ଉପରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ଯୁବତୀଙ୍କ ଚୁଟି ଧରି ଘୋଷାରିବାକୁ ପଛାଇଲା ନାହିଁ ୟୁପି ପୁଲିସ୍ । ଘଟଣା ଘଟିଛି ଉତର ପ୍ରଦେଶ ଆହ୍ଲାବାଦରେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆହ୍ଲାବାଦ୍ ଗସ୍ତ ବେଳେ ରାସ୍ତା ଉପରେ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ର କଳା ପତାକା ଦେଖାଇଥିଲେ ଓ ଅମିତ ଶାହାଙ୍କ କାରକେଡ୍ ବିଚ୍ ରାସ୍ତାରେ କିଛି ସମୟ ପାଇଁ ଅଟକି ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ୟୁପି ପୁଲିସର ଦବଙ୍ଗଗିରି ।

ପୁଲିସକର୍ମୀ ବିକ୍ଷୋଭକାରୀଙ୍କୁ ରାସ୍ତା ଉପରୁ ଘୋଷାରି ଟାଣି ଆଣିଥିଲେ । ଏପରିକି ଲାଠିରେ ପୁଲିସ୍, ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଅନ୍ୟଜଣେ ପୁଲିସ୍ ଯୁବତୀଙ୍କ ଚୁଟି ଟାଣି ଘୋଷାରିବା ଭିଡ଼ିଓରେ ଦେଖିବାକୁ ମିଳିଛି । ପୁଲିସ୍ ସୂଚନା ଅନୁଯାୟୀ ଏହି ତିନି ଜଣ ବିକ୍ଷୋଭକାରୀ ହେଲେ ସମାଜବାଦୀ ଯୁବ ମୋର୍ଚ୍ଚାର ନେହା ଯାଦବ, ରମା ଯାଦବ ଓ କିଶାନ୍ ମୌର୍ଯ୍ୟା । ଏବେ ସୋସିଆଲ୍ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ୍ ହୋଇଛି । ପୂର୍ବରୁ ସଭାସ୍ଥଳକୁ କଳାପତାକା ଓ ରୁମାଲ୍ ନ ନେବାକୁ ନିର୍ଦ୍ଦେଶ ଜାରି କରିଥିଲା ୟୁପି ପୁଲିସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe