ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ : କଳାକପଡା ଦେଖାଇ ସାଂସଦଙ୍କୁ ଭରତପୁରରେ ବିରୋଧ ପ୍ରଦର୍ଶନ; ଦେଲେ ଗୋ ବ୍ୟାକ୍ ସ୍ଲୋଗାନ୍

587

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ । ଆଜି ରାଜଧାନୀ ଉପକଣ୍ଠ ଭରତପୁରରେ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ ବିରୋଧର ଶିକାର ହୋଇଛନ୍ତି । ତାଙ୍କୁ କଳା କପଡା ଦେଖାଇ ଭରତପୁରରେ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏହି ଘଟଣା ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦକୁ ପୁଣି ସାମ୍ନାକୁ ଆଣିଛି ।

ସେପଟେ ଆଜି ଶେଷ ହେଉଛି ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଯଦୁପୁରରେ ସରିବ । ୫ ଦିନ ଧରି ଏହି ପଦଯାତ୍ରାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଆଜି ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।