କନକ ବ୍ୟୁରୋ : ବିଦେଶମାଟିରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛି ବ୍ଳାକ୍ ଇଗଲ୍ ବୁକ୍ସ । ସାହିତ୍ୟ ଜରିଆରେ ସମାଜକୁ କିଛି ଫେରାଇ ଦେବା ଲକ୍ଷ୍ୟରେ ସୂଦୁର ଆମେରିକାରରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ । ଏହି ପ୍ରକାଶନୀ ସଂସ୍ଥା ଏହାରି ଭିତରେ ୩୮୫ଟି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ପୁସ୍ତକ ପ୍ରକାଶ କରି ସାରିଛି । ଆଗାମୀ ୫ ବର୍ଷରେ ୫୦୦ ପୁସ୍ତକ ପ୍ରକାଶ କରିବା ପାଇଁ ଲକ୍ଷ୍ୟ ରଖିଛି ବ୍ଲାକ ଇଗଲ୍ ବୁକ୍ସ । ସାରା ବିଶ୍ୱରେ ଦିନକୁ ଦିନ ଓଡ଼ିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

Advertisment

ସେହି ଓଡ଼ିଆମାନଙ୍କୁ ନିଜର ମୂଳସହ ଯୋଡ଼ି ରଖିବା ଉର୍ଦ୍ଦେଶ୍ୟ ନେଇ ଏହି ଅଭିଯାନ ଜାରି ରଖିଛି । ନିଜ ସହ ନିଜ ଭାଷା ଓ ସାହିତ୍ୟକୁ ଧରି ରଖିବା ପାଇଁ ପ୍ରବାସୀ ଓଡ଼ିଆକୁ ଅନୁପ୍ରାଣିତ କରି ଆସୁଛି ବ୍ଳାକ୍ ଇଗଲ୍ ବୁକ୍ସ । ଓଡ଼ିଆ ଭାଷାର ଶ୍ରେଷ୍ଠ କୃତିଗୁଡ଼ିକୁ ସାରା ବିଶ୍ୱର ପାଠକଙ୍କ ପାଖକୁ ପହଞ୍ଚିବା ଲକ୍ଷ୍ୟରେ ଏହାର ଅନୁବାଦ ପୁସ୍ତକ ମଧ୍ୟ ପ୍ରକାଶ କରୁଛି । ଆଉ ଏହି ସବୁ ପଛରେ ଆମେରିକାରେ ରହୁଥିବା ଆଇଟି ପ୍ରୋଫେସନାଲ୍ ସତ୍ୟ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।