ଦେଶବ୍ୟାପୀ ଆଜି ‘କଳା ଦିବସ’ ପାଳିବେ କୃଷକ ସଙ୍ଗଠନ । ପ୍ରଦର୍ଶନବେଳେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧କୋଟି ଦାବି ।

99

କନକ ବ୍ୟୁରୋ: ମିଳିତ କୃଷକ ମୋର୍ଚ୍ଚା ପଞ୍ଜାବ –ହରିୟାଣା ସୀମାରେ ପ୍ରଦର୍ଶନ କରୁଥିବା ସମୟରେ ପ୍ରାଣ ହରାଇଥିବା ଶୁଭକରଣଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି କକୃଷକ ସଙ୍ଗଠନ । ଏହାସହ ଏହି ଘଟଣାକୁ ନିନ୍ଦା କରି ଆଜିର ଦିନକୁ ‘କଳା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ।

ସଂଯୁକ୍ତ କୃଷକ ମୋର୍ଚ୍ଚା ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ସମର୍ଥନ କରିବା ସହ ଏହାର ଦାବି ସମର୍ଥନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କୁ ଏକାଠି କରିବାକୁ ପ୍ରତିଶ୍ରୁତି ଦେଇଛି । ଅନ୍ୟପକ୍ଷରେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ପରେ ଦୁଇ ଦିନ ଧରି ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ସ୍ଥଗିତ ରହିଛି । ଆନ୍ଦୋଳନର ନେତୃତ୍ୱ ନେଉଥିବା କୃଷକ ନେତା ସରୱାନ ସିଂହ ପାନେ୍ଧର କହିଛନ୍ତି ଯେ ସେମାନେ ଶୁକ୍ରବାର ସନ୍ଧ୍ୟାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଆନ୍ଦୋଳନ ମଧ୍ୟରେ ୨୧ ବର୍ଷୀୟ ଶୁଭକରଣ ସିଂହଙ୍କ ମୃତ୍ୟୁ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଏସକେଏମ୍ ଦାବି କରିଛି । ମୃତ କୃଷକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନେତାମାନେ ଦାବି କରିବା ସହ ଏହାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।