ଦିଲ୍ଲୀ ସୀମା ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ କି କୃଷକ ଆନ୍ଦୋଳନ । ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲେ ରାକେଶ ଟିକାୟତ

Advertisment
ଦିଲ୍ଲୀ ସୀମା ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ କି କୃଷକ ଆନ୍ଦୋଳନ । ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲେ ରାକେଶ ଟିକାୟତ

କନକ ବ୍ୟୁରୋ : ଭାରତୀୟ କୃଷକ ସଂଗଠନ (ବିକେୟୁ) ନେତା ରାକେଶ ଟିକାୟତ ଆଜି ପଶ୍ଚିମବଙ୍ଗ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ଟିକାୟତ କୃଷକ ଆନ୍ଦୋଳନ ନେଇ ମମତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ କିଛି ସଭା କରି ରାକେଶ ଟିକାୟତ ବିଜେପିକୁ ଭୋଟ ନଦେବାକୁ ପଶ୍ଚିମବଙ୍ଗର ଭୋଟର ମାନଙ୍କୁ ଅନୁରୋଧ କରିଥିଲେ ।

ମମତା ଓ ଟିକାୟତଙ୍କ ଭେଟ ପୂର୍ବରୁ ବିକେୟୁର ମହାସଚିବ ୟୁଦ୍ଧବୀର ସିଂ କହିଥିଲେ କି ‘ନିର୍ବାଚନରେ ବିଜୟୀ ହୋଇଥିବାରୁ ମମତାଙ୍କୁ ଧନ୍ୟବାଦ ଦେବା ସହ କୃଷକ ମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଉଚିତ ଦାମ ଦେବାକୁ ସଂଗ୍ରାମ ଜାରି ରଖିବାକୁ ସେ ମମତାଙ୍କ ସମର୍ଥନ ଲୋଡିଛନ୍ତି ’

ୟୁଦ୍ଧବୀର କହିଛନ୍ତି କି ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଫଳ, ପନିପରିବା ଓ ଦୁଗ୍ଧ ଉତ୍ପାଦ ଉପରେ ଏମଏସପି ସ୍ଥିର କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିବା ଉଚିତ ।

ସୂଚନା ଥାଉକି ଦୀର୍ଘ ୬ ମାସରୁ ଉର୍ଦ୍ଧ ହେବ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ରାକେଶ ଟିକାୟତ । କୃଷକ ମାନଙ୍କର ସମର୍ଥନ ଯୋଗାଡ କରିବାକୁ ସେ ବିିଭିନ୍ନ ରାଜ୍ୟରେ ମହାପଞ୍ଚାୟତ ବି କରୁଛନ୍ତି । କିଛିଦିନ ତଳେ ସେ ଦାବି କରିଥିଲେ କି କୃଷି ଆଇନ ପ୍ରତ୍ୟାହାର ନହେଲେ ପଶ୍ଚିମବଙ୍ଗରେ ବିଜେପିକୁ ଯେମିତି ପରାଜୟର ସାମ୍ନା କରିବାକୁ ପଡିଲା ଉତ୍ତରପ୍ରଦେଶରେ ବି ସେଭଳି ହେବ ।

ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଖରିଫ୍ ଫସଲ ଉପରେ ଏମଏସପି ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe