କନକବ୍ୟୁରୋ : ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରିୟ ସମନ୍ୱୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ ।

Advertisment

ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।ଏହା ସହିତ ଦଳର ଛାତ୍ର, ଯୁବ ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍କ୍ଟୋବର ଦୁଇ ତାରିଖରୁ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଆସିଛନ୍ତି, ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ । ଏହାସହ ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।