କନକ ବ୍ୟୁରୋ: ପିପିଲି ଯଶୁଆପୁର ପଞ୍ଚାୟତ ଉପନିର୍ବାଚନରେ ବାଜି ମାରିଲା ବିଜେପି । ସରପଞ୍ଚ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଛି । ବିଜେପି ସମର୍ଥିତ ପ୍ରାର୍ଥୀ ଅକ୍ଷୟ କୁମାର ବେହେରା ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଠାରୁ ୩୯୬ ଭୋଟରେ ବିଜୟୀ ହୋଇଛନ୍ତି । ପିପିଲି ବିଡିଓ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଯଶୁଆପୁର ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଂଚ ହୋଇଥିଲେ । ହେଲେ ପୂର୍ବତନ ସରପଞ୍ଚଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିବା ପଦବୀ ପାଇଁ ଉପନିର୍ବାଚନ ହୋଇଥିଲା । ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ପରେ ନଭେମ୍ବର ୫ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି । ବିଜେପି ନିଜ ଗଡ ରକ୍ଷା କରିବାରେ ସଫଳ ହୋଇଛି । ସେପଟେ ବିଜୟୀ ପ୍ରାର୍ଥୀ ଅକ୍ଷୟ କୁମାର ବିଜୟର ଶ୍ରେୟ ପଞ୍ଚାୟବାସୀଙ୍କୁ ଦେଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us