କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ୨ ଦିନିଆ ବିଜେପି ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମୋଦୀ ଦେଲେ ଗୁରୁମନ୍ତ୍ର। ଲୋକସଭା ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି।
୨ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ୧୬ ବିଜେପି ଶାସିତ ରାଜ୍ୟରୁ ୧୩ ଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ମହାରାଷ୍ଟ୍ର, ବିହାର ଓ ନାଗାଲାଣ୍ଡର ଉପ ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏହି ସଭାରେ ବିଜେପି ସଭାପତି ଜେପି ନଡ୍ଡା , ଗୃହମନ୍ତ୍ରୀ ଅମିତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ୨୦୨୪ ଲୋକସଭା ନିର୍ବାଚନର ବିଶ୍ଳେଷଣ କରାଯାଇଥିଲା। ଏଥି ସହିତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଏବଂ ସମ୍ପୃକ୍ତ ରାଜ୍ୟ ମାନଙ୍କରେ କିଭଳି ତ୍ବରାନ୍ବିତ ଗତିରେ କେନ୍ଦ୍ରୀୟ ଏବଂ ରାଜ୍ୟ ଯୋଜନା କାର୍ୟ୍ୟକାରୀ ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ନିଜ ନିଜ ରାଜ୍ୟରେ ଶତ ପ୍ରତିଶତ ଫଳପ୍ରଦ କରିବା ସହିତ ଲକ୍ଷ୍ୟ ହାସଲ କରିବା ପାଇଁ ମିଶନ ମୋଡରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ରାଜ୍ୟ ସରକାର ସେମାନଙ୍କ କାର୍ୟ୍ୟରେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି? କେନ୍ଦ୍ର କିପରି ସାହାଯ୍ୟ କରିପାରିବ? ଏହା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/1-46.jpg)