କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପକୁ ଆଉ କିଛି ଦିନ ଥିବା ବେଳେ ଏହାକୁ ନେଇ ବିଜେପି ଦୁଇଟି ଆଭିମୁଖ୍ୟ ଚର୍ଚ୍ଚା ସାଉଂଟିଛି । ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦଳୀୟ ବୈଠକରେ ପ୍ରଶଂସା କରିଥିଲା ବେଳେ କିନ୍ତୁ ବିରୋଧୀ ଦଳ ନେତା ହକି ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କୁ କଟାକ୍ଷ କରି ଜୟନାରାୟଣ କହିଛନ୍ତି, ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି । ନବୀନ ପଟ୍ଟନାୟକ ବାରମ୍ବାର ହକି ଆୟୋଜନ କରି ଅଯଥା କାହିଁକି ଶ୍ରେୟ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ତା’ଛଡ଼ା ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମୁଥିବା ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ପୂର୍ବରୁ ସର୍ବଦଳୀୟ ବୈଠକରେ ଧର୍ମେନ୍ଦ୍ର ହକି ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।