ଆସିଲା ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ତାମିଲନାଡୁର ୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

218

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେବଳ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ପୂର୍ବରୁ ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ହୋଇଥିଲା ବେଳେ ଆଜି ତୃତୀୟ ତାଲିକା ଆସିଛି । ତେବେ ସବୁଠାରୁ ବଡ କଥା ହେଉଛି ତୃତୀୟ ପର୍ଯ୍ୟାୟରେ ବି ଓଡିଶାର କୌଣସି ପ୍ରାର୍ଥୀଙ୍କ ନାଁ ଆସି ନାହିଁ । ତେବେ କେବେ ଓଡିଶା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।