ଏଥର ନନ୍ଦୀଗ୍ରାମରେ ହାଇଭୋଲଟେଜ୍ ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କଲା ବିଜେପି ।

ଏଥର ନନ୍ଦୀଗ୍ରାମରେ ହାଇଭୋଲଟେଜ୍ ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କଲା ବିଜେପି ।

କନକ ବ୍ୟୁରୋ: ଆଜି ଭାରତୀୟ ଜନତା ର୍ପାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି। ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି। ଏଠାରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପି ଆସିଥିବା ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଫଳରେ ନନ୍ଦୀଗ୍ରାମରେ ମମତା-ଶୁଭେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ସୁନିଶ୍ଚିତ ହୋଇଛି।

ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ନିର୍ବାଚନରେ ଭବାନୀପୁର ଆସନରୁ ଲଢ଼ିଥିବା ବେଳେ ଏଥର କିନ୍ତୁ ନନ୍ଦୀଗ୍ରାମକୁ ବାଛିଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ ଶୁଭେନ୍ଦୁଙ୍କ ଗଡ଼ ବୋଲି କୁହାଯାଏ। ତେଣୁ ମମତାଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଗତ ସପ୍ତାହରେ ବିଜେପି ନେତୃବୃନ୍ଦଙ୍କୁ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ଯଦି ତାଙ୍କୁ ନନ୍ଦୀଗ୍ରାମରୁ ଲଢ଼ିବାକୁ ଟିକଟ ଦିଆଯାଏ, ତେବେ ସେ ଅତି କମରେ ୫୦,୦୦୦ ଭୋଟରେ ବିଜୟ ଲାଭ କରିବେ। ତେବେି ମମତାଙ୍କ ବିରୋଧରେ ଲଢ଼ିବା ଲାଗି ତାଙ୍କୁ ଦଳୀୟ ଟିକେଟ୍ ଦିଆଯିବ କି ନାହିଁ, ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଛଡ଼ା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe