୨୦୨୯ ନିର୍ବାଚନ ପାଇଁ ୨୦୨୪ରୁ ଯୋଜନା । ମନମୋହନ କହିଲେ, ୫୦ ବର୍ଷ ଶାସନ ପାଇଁ ରୋଡମ୍ୟାପ୍ ।

୨୦୨୯ ନିର୍ବାଚନ ପାଇଁ ୨୦୨୪ରୁ ଯୋଜନା । ମନମୋହନ କହିଲେ, ୫୦ ବର୍ଷ ଶାସନ ପାଇଁ ରୋଡମ୍ୟାପ୍ ।

କନକ ବ୍ୟୁରୋ: ଦୀର୍ଘ ୨୫ ବର୍ଷ ପରେ ରାଜ୍ୟରୁ ବିଜେଡି ସରକାର କ୍ଷମତାରୁ ଯାଇଛି । ବିଜେପି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଆଉ ସରକାର ଗଢ଼ିବା ପରେ କେମିତି ଲମ୍ବା ସମୟ ଧରି ରାଜ୍ୟରେ କ୍ଷମତାରେ ରହିବ, ସେଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

୨୦୨୯ ପାଇଁ ୨୦୨୪ରୁ ଯୋଜନା
ସଂଗଠନ ସୁଦୃଢ଼ କରିବାକୁ ରଣନୀତି

ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିଛି ବିଜେପି । ସରକାର ଗଢ଼ିବା ପରେ ଏବେଠାରୁ ରାଜ୍ୟରେ ଲମ୍ବା ସମୟ ଧରି କ୍ଷମତାରେ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ପ୍ରଥମେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ସଂଗଠିତ କରିବାକୁ ଯୋଜନା କରିଛି ଦଳ। ଏଥିପାଇଁ ରାଜ୍ୟ ସଂଗଠନ ସହ ଅଙ୍ଗାଙ୍ଗି ଭାବେ ଜଡିତ ଥିବା ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଭାବେ ଲତା ଉସେଣ୍ଡିଙ୍କୁ ପୁଣି ଥରେ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ରିୟ ନେତୃତ୍ୱ । ଏଥିସହ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଓ ତାକୁ ଲୋକଙ୍କ ପାଖରେ ପହଁଚାଇବା ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ମୋ ବୁଥ ସବୁଠୁ ମଜବୁତ୍, ଗାଁକୁ ଚାଲ, ବୁଥକୁ ଚାଲ ଏବଂ ପନ୍ନା ପ୍ରମୁଖ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ରଣନୀତି କରୁଛି ଦଳ।

ବିଜେପି କ୍ଷମତାକୁ ଆସିଥିଲେ ବି ଲମ୍ବା ସମୟ ଧରି କ୍ଷମତାରେ ରହିବାକୁ ହେଲେ, ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବାକୁ ପଡିବ। ଏଥିପାଇଁ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ୨୦୧୯ ନିର୍ବାଚନ ତୁଳନାରେ ୨୦୨୪ରେ ବିଜେପିର ଭୋଟ ପ୍ରତିଶତ ୮ ପ୍ରତିଶତ ବଢିଛି । ୨୦୧୯ରେ ୩୨.୪୯% ଭୋଟ ପାଇ ୨୩ ଟି ସିଟ ହାତେଇ ଥିଲାବେଳେ ୨୦୨୪ରେ ୪୦.୨୨% ଭୋଟ ପାଇ ୭୮ଟି ହାତେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe