ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା । ୭୨ ଆଶାୟୀଙ୍କ ତାଲିକା ଘୋଷଣା । ଦେଖନ୍ତୁ, କାହାକୁ ମିଳିଲା କେଉଁଠୁ ଟିକେଟ୍?

135

କନକ ବ୍ୟୁରୋ: ଜାରି ହେଲା ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ଆଉ ୭୨ ଜଣ ଆଶାୟୀଙ୍କ ତାଲିକା ଘୋଷଣା କରିଛି ବିଜେପି । ତାଲିକାରେ ବଡ଼ ବଡ଼ ନେତାଙ୍କ ନାଁ ରହିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପୁଣିଥରେ ନାଗପୁରରୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ପୀୟୂଷ ଗୋୟଲଙ୍କୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିଛି ଦଳ । ହରିୟାଣାର କର୍ଣ୍ଣାଲ ଆସନରୁ ଲଢ଼ିବେ ମନୋହର ଲାଲ ଖଟ୍ଟର । ସେହିପରି ହିମାଚଳ ପ୍ରଦେଶର ହମିରପୁର ଆସନ ପାଇଁ ଅନୁରାଗ ଠାକୁର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ ବାଙ୍ଗାଲୋର ସାଉଥ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୯୫ ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ୧୦ ରାଜ୍ୟ ପାଇଁ ତାଲିକା ଜାରି କରିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୦ଟି ଲୋକସଭା ଆସନ ପାଇଁ ତାଲିକା ଜାରି କରାଯାଇଥିବା ବେଳେ ଗୁଜରାଟରୁ ୭, ତେଲେଙ୍ଗାନା ୬, ହରିୟାଣାରୁ ୬, ମଧ୍ୟପ୍ରଦେଶରୁ ୫, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀରୁ ୨ଟି ଲେଖାଏଁ ଏବଂ ଦାମନ ଡିଉ ଓ ତ୍ରିପରାରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।