କନକ ବ୍ୟୁରୋ: ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ନିଷ୍ପତ୍ତିି ନେବା ପାଇଁ ସୋମବାର ରାତିରେ ଦିଲ୍ଲୀରେ ବସିଥିଲା ବିଜେପିର କେନ୍ଦ୍ରୀୟ କମିଟି ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । କେଉଁ ଆସନରୁ କାହାକୁ ମିଳିବ ଟିକେଟ ସେ ନେଇ ବୈଠକରେ ହୋଇଛି ଆଲୋଚନା ।

ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ବାଦ ପଡିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ଲୋକସଭା ଆସନ ଉପରେ ରହିବ ନଜର ।