ଅଳିଆ ହଟାଇବାକୁ ବିଜେପିର ସତ୍ୟାଗ୍ରହ । ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ।

Advertisment
ଅଳିଆ ହଟାଇବାକୁ ବିଜେପିର ସତ୍ୟାଗ୍ରହ । ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ।

କନକ ବ୍ୟୁରୋ: ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ । ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ସ୍ଥାନୀୟ ଅଂଚଳବାସୀ ଅତିଷ୍ଠ ହୋଇଥିବା ବେଳେ ଚୁପ୍ ବସିଛି ବିଏମସି । ଡମ୍ପିୟାର୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ରାଜଧାନୀର ଛାତି ଉପରେ ଅଳିଆ ପାହାଡର କାୟା ବୃଦ୍ଧି ପାଉଥିବା ସମସସ୍ୟାର ସ୍ଥାୟୀ ସମାଧାନ ନକରି ମହଲତ ଦେବାରେ ଲାଗିଛି ବିଏମସି । ତୁରନ୍ତ ଏହି ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଉ, ସମସ୍ୟା ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe