କନକ ବ୍ୟୁରୋ: ଚଣ୍ଡିଗଡରେ ବିଜେପିର ବିଜୟ । ଆପକୁ ଚକମା ଦେଇ ବିଜେପି ମେୟର ନିର୍ବାଚନରେ ବାଜିମାତ କରିଛି । ସରବଜିତ କୌର ଚଣ୍ଡିଗଡର ନୂଆ ମେୟର ରୂପେ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁସାରେ, ଚଣ୍ଡିଗଡ ମେୟର ନିର୍ବାଚନରେ ଉଭୟ ଆମ ଆଦମୀ ପାର୍ଟି ଓ ବିଜେପି ୧୪ଟି ଲେଖାଏଁ ସିଟ ହାତେଇଥିଲେ । କିନ୍ତୁ ଆମ ଆଦମି ପାର୍ଟି ନେତା ଅଞୁ କତ୍ୟାଲ ଦେଇଥିବା ଭୋଟକୁ ଜାଲ ଭୋଟ ବୋଲି ଘୋଷଣା ହେବାପରେ ବିଜେପି ମେୟର ଇଲେକ୍ସନରେ ବାଜିମାତ କରିଛି । ସେହିପରି ସିନିଅର ଡେପୁଟି ମେୟର ପଦବୀରେ ମଧ୍ୟ ବିଜେପି ବାଜିମାତ କରିଛି । ଆପ ନେତା ପ୍ରେମଲତାକୁ ୨ଟି ଭୋଟରେ ହରାଇ ବିଜେପି ନେତା ଦିଲ୍ଲୀପ ଶର୍ମା ସିନିଅର ଡେପୁଟି ମେୟରେ ପଦବୀ ପାଇଁ ବାଜିମାତ କରିଛନ୍ତି । ଅନ୍ୟପଟେ ବିଜେପି ଏକ ଷଡଯନ୍ତ୍ର କରି ଜିତିଥିବା ଆପ ନେତା ଅଭିଯୋଗ କରିଛନ୍ତି ।
ଚଣ୍ଡିଗଡରେ ବିଜେପିର ବିଜୟ । ସରବଜିତ କୌର ହେଲେ ନୂଆ ମେୟର ।
/kanak/media/post_attachments/wp-content/uploads/2021/11/979784-bjp-flag-salil-bera.jpg)