ଚିଲିକା ବିଧାୟକ ବିଜେପି ଯାଉଥିବା ନେଇ ବିଜେଡି ସାଂସଦଙ୍କ ଟୁଇଟ ପରେ ବିଜେପିର ପ୍ରତିକ୍ରିୟା। ପୃଥ୍ୱୀରାଜ ହରିଚନ୍ଦନ କହିଲେ ଏହା ସମ୍ପୂର୍ଣ୍ଣ ମିଛ

ଚିଲିକା ବିଧାୟକ ବିଜେପି ଯାଉଥିବା ନେଇ ବିଜେଡି ସାଂସଦଙ୍କ ଟୁଇଟ ପରେ ବିଜେପିର ପ୍ରତିକ୍ରିୟା। ପୃଥ୍ୱୀରାଜ ହରିଚନ୍ଦନ କହିଲେ ଏହା ସମ୍ପୂର୍ଣ୍ଣ ମିଛ

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ଯୋଗଦେବେ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କରିଥିବା ଟୁଇଟ୍ ରାଜ୍ୟ ରାଜନୀତିକୁ ସରଗରମ କରଛି । ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା କଥା, କେନ୍ଦ୍ରମନ୍ତ୍ରୀଙ୍କ ସହ ଚିଲିକା ବିଧାୟକ ଯୋଗାଯୋଗରେ ନାହାନ୍ତି । ଯଦି ପ୍ରମାଣ ଅଛି ସସ୍ମିତ ବାବୁ ଦିଅନ୍ତୁ ବୋଲି କହିଛନ୍ତି ପୃଥିରାଜ ହରିଚନ୍ଦନ ।

ଏହାଛଡା ବିଜେଡି ସାଂସଦଙ୍କୁ ଆଳ କରି ତୃତୀୟ ମହଲାକୁ ଟାର୍ଗେଟ କରି ପୃଥ୍ୱୀରାଜ କହିଛନ୍ତି ସାଂସଦଙ୍କୁ ବ୍ୟକ୍ତିଗତ ଭାବେ ଜାଣେ । ସେ ଏଭଳି ଚରିତ୍ରର ବ୍ୟକ୍ତି ନୁହଁନ୍ତି । ତୃତୀୟ ମହଲାର ଇଙ୍ଗିତରେ ସେ ଏଭଳି କହୁଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ଟୁଇଟ୍ କରିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଟୁଇଟରେ ଲେଖିଥିଲେ । ବିଜେପିରେ ଯୋଗ ଦେଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେଡିର ବହିଷ୍କୃତ ନେତାଙ୍କୁ ଧର୍ମେନ୍ଦ୍ର କିପରି ଆପଣେଇ ନେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହାକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe