କନକ ବ୍ୟୁରୋ: ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି ଦେହାନ୍ତ ହୋଇଛି । ଡାକ୍ତରଖାନାରୁ ତାଙ୍କ ଶବ ଆଗ୍ରା ନିଆଯିବ ।
ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ । ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ମଧଯ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/hdd.jpg)