କନକ ବ୍ୟୁରୋ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସପ୍ରତିବାଦ କରିଛି ବିଜେପି । ସସଂଦ ଭବନ ସମ୍ମୁଖିରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତମାନେ ରଖିଛନ୍ତି ବୋଲି କହିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହଙ୍କୁ ମାମଲାରେ କାହିଁକି ଚୁପ୍ ବସିଛନ୍ତି ।
ସମ୍ବଲପୁରରେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛି ଜିଲ୍ଲା ବିଜେପି । ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡରୁ ଟଙ୍କା ମିଳିବା ଘଟଣାରେ ବିଜେଡିକୁ ଦାୟୀ କରିଛି ଦଳ । ଆଗକୁ ନିର୍ବାଚନ ଥିବାରୁ ଏହି ଟଙ୍କା ମହଜୁଦ ରଖାଯାଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଗିରଫ କରାଯିବା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଏହା ସହ ରାଜ୍ୟରେ ଥିବା ଅବକାରୀ ନୀତିର ସଂଶୋଧନ ଦାବି କରିଛି ବିଜେପି ।