ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

253

କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ପ୍ରଥମେ ୪ ରାଜ୍ୟର ସଭାପତି ପରିବର୍ତ୍ତନ କରିସାରିଛି ଦଳ । ଆଜି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ପ୍ରକାଶ ଜାଭେଡକରଙ୍କୁ ତେଲେଙ୍ଗାନା, ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନର ଦାୟିତ୍ୱ ପ୍ରଦାନ କରାଯାଇଛି । ଛତିଶଗଡ ପାଇଁ ଓମ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ କରାଯାଇଛି । ଏଠାରେ ମନସୁଖ ମାଣ୍ଡଭ୍ୟଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି ।

ନିତିନ ପଟେଲ ଏବଂ କୂଳଦୀପ ବିଷ୍ଣୋଇ ରାଜସ୍ଥାନ ପାଇଁ ନିର୍ବାଚନ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ମଧ୍ୟପ୍ରଦେଶ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି । ସୁନିଲ ବଂଶଲଙ୍କୁ ତେଲେଙ୍ଗାନାର ସହପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।