ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ସାମିଲ ହେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ; ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା କରିବ ଦଳ

ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବି କରୁଛି ରାଜ୍ୟ ବିଜେପି

49

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରିବ ବିଜେପି । ଭୁବନେଶ୍ୱରରୁ ନୟାଗଡ ଯଦପୁୁରକୁ ଯିବ ପଦଯାତ୍ରା । ଏଇଥି ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ । ଭୁବନେଶ୍ୱରରେ ପହଁଚିବା ପରେ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ ।

ଆଜି ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଅନ୍ୟପଟେ, ରାଜ୍ୟରେ ଛାତ୍ର ସମାଜର ସ୍ୱାର୍ଥ ଓ ଅଧିକାର ପାଇଁ ଅଂଟା ଭିଡିଛି ଛାତ୍ର କଂଗ୍ରେସ । ଶୋଭାଯାତ୍ର ଓ ସମାବେଶ କରି ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ଛାତ୍ର କଂଗ୍ରେସ ଲଢ଼େଇ କରିବ ବୋଲି ଏହି ମଂଚରୁ ଆହ୍ୱାନ ଦେଇଛନ୍ତି ନବ ନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ । ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ସହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ଦଳର ବିଧାୟକ ଓ ନେତା ଯୋଗ ଦେଇ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । ଏବଂ ୨୧ ବର୍ଷ ଶାସନର ହିସାବ ମାଗିଛନ୍ତି ।