ୟୁପିରେ ବିଜେପର ଆଉଟଗୋଇଙ୍ଗ ଜାରି: ୭୨ ଘଂଟାରେ ୧୨ରୁ ଅଧିକ ବିଧାୟକଙ୍କ ଇସ୍ତଫା

226

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ପରେ ଏବେ ଘାଟାରେ ବିଜେପି । ମଙ୍ଗଳବାରରୁ ଗୁରୁବାର ଅପରାହ୍ନ ସୁଦ୍ଧା ୭୨ ଘଂଟାରେ ତିନି ମନ୍ତ୍ରୀ ସମେତ ୧୨ ବିଧାୟକ ଇସ୍ତଫା ଦେଇଛନ୍ତି । ଏଥିମଧ୍ୟରୁ ଗୁରୁବାର କେବଳ ୬ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଆଗକୁ ଏହି ସଂଖ୍ୟା ବଢିପାରେ । ପ୍ରଥମେ ମନ୍ତ୍ରୀ ଓ ଦଳରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଏବେ ତାଙ୍କୁ ଅନୁସରଣ କରି ଏବେ ଅନେକ ନେତା ଇସ୍ତଫା ଦେବା ଆରମ୍ଭ କରିଛନ୍ତି ।

ଦଳ ଛାଡିବେ କି ବୋଲି ପ୍ରଶ୍ନରେ ନା ନା କହୁଥିବା ବିଧାୟକ ଧର୍ମଂ ସିଂ ମଧ୍ୟ ଗୁରୁବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକି ବିଜେପିର ଟେନସନ ବଢାଇଛି । ଯଦିଓ ରାଜ୍ୟରେ ବଡ ପାର୍ଟି ତେଣୁ ଦଳରେ ଅସନ୍ତୋଷ ରହିବା ସ୍ୱାଭାବିକ । କିନ୍ତୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଭଳି ପଛୁଆ ବର୍ଗର ନେତା ୧୪ ତାରିଖ ଅର୍ଥାତ୍ ଶୁକ୍ରବାରକୁ ଅପେକ୍ଷା କରିବାକୁ କହିଛନ୍ତି । ତେଣୁ ଆହୁରି କିଛି ଅସନ୍ତୁଷ୍ଟ ନେତା ମନୋନୟନ ପତ୍ର ଦାଖଲ ହେବା ପୂର୍ବରୁ ଛାଡିପାରନ୍ତି । ଅନ୍ୟପଟେ ବିଜେପି ୫୦ରୁ ଅଧିକ ବିଧାୟକଙ୍କ ଟିକେଟ କାଟିବା ବୋଲି ଜଣାପଡିଛି ।

ଦଳୀୟ ବିଧାୟକ ଇସ୍ତଫା ଦେଉଥିବା ବେଳେ ଏବେ ବିଜେପି ସହିତ ମେଂଟରେ ସାମିଲ ଥିବା ଅପନା ଦଳ ମଧ୍ୟ ମେଂଟରୁ ଓହରିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଡ୍ୟାମେଜ କଂଟ୍ରୋଲ ପାଇଁ ନିଜେ ଏବେ ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ଚାଣକ୍ୟ । ଆଉ ୧୫ ଆସନ ନେଇ ଅପନା ଦଳ ଯେଉଁ ଦାବି କରୁଥିଲା ସେଥିରେ ସହମତି ହୋଇଥିବା ସୂଚନା ରହିଛି । ଏହାବାଦ୍ ନିଷାଦ ପାର୍ଟିର ନେତା ସଂଜୟ ନିଷାଦ ମଧ୍ୟ ୧୫ରୁ ୧୮ ଆସନ ଦାବି କରିଛନ୍ତି । ଏହାକୁ ନେଇ ଏବେ ବିଜେପି ଆଲୋଚନା କରୁଥିବା ସୂଚନା ରହିଛିା ତେବେ ଦଳ ଡିଆଁ ରହିଲେ ବି ବିଜେପି ନିର୍ବାଚନ ଜିତିବ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭୀ ।

ଅନ୍ୟପଟେ ଅସନ୍ତୁଷ୍ଟଙ୍କ ତାଲିକା ବଢୁଥିବା ଦେଖି ରାଜ୍ୟରେ ପ୍ରମୁଖ ବିରୋଧୀ ସମାଜବାଦୀ ପାର୍ଟି ମୌକାରେ ଚୌକା ମାରିବାକୁ ଲକ୍ଷ୍ୟ ରଖିଛି । ତେଣୁ ଆଗକୁ ସ୍ଥିତି ଅଣାୟତ ହେବ ଆଶଙ୍କା କରି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୟୁପିରେ ଟିକେଟ୍ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତ ପ୍ରଧାନମନ୍ତ୍ରୀ ।